LATEST NEWS

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

By TARUN KANTI PATRA • 2026-09-28 04:28 • 9 views   Share WhatsApp Share Facebook Share X
ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

ବାଣପୁର: ବାଣପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା ସମେତ ସହରର ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ଜମି ଜନଜୀବନ ପ୍ରଭାବିତ ହୋଇଛି। ବିଶେଷ କରି ମା’ ମେଘାମ୍ବରୀ ମନ୍ଦିର ରାସ୍ତା ଠାରୁ ବାଣପୁର ଏନଏସିର ବିଭିନ୍ନ ସାହି ଓ ୱାର୍ଡରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି।

ଏଭଳି ସମୟରେ ବାଣପୁର ବିଜେପି ଯୁବ ସଙ୍ଗଠକ ଦେବୀ ପ୍ରସାଦ ମିଶ୍ର ନିଜ ବିଜେପି ସହଯୋଗୀମାନଙ୍କ ସହ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବିଭିନ୍ନ ୱାର୍ଡର ବାସିନ୍ଦାଙ୍କ ଘରକୁ ଯାଇ ସେମାନଙ୍କ ଭଲମନ୍ଦ ପଚାରିବା ସହ ଯାତାୟାତ, ଜଳବନ୍ଦୀ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଜାଣିଥିଲେ।
ଏଥିପାଇଁ ବାଣପୁର ଏନଏସିର ସ୍ଥାନୀୟ ବାସିନ୍ଦାମାନେ ଶ୍ରୀ ମିଶ୍ରଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।

ସେ କହିଛନ୍ତି ଯେ, ବାଣପୁର ସହରର ଜଳବନ୍ଦୀ, ରାସ୍ତାଘାଟ ଓ ଶାଳିଆ ନଦୀଜଳ ଜନିତ ସମସ୍ୟାଗୁଡ଼ିକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦୃଷ୍ଟିକୁ ତୁରନ୍ତ ଆଣିବା ସହ ଆବଶ୍ୟକ ପଦକ୍ଷେପ ପାଇଁ ଆଲୋଚନା କରିବେ। ସ୍ଥାୟୀ ଭାବେ ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ସହ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ତୁରନ୍ତ ଆବଶ୍ୟକ ସୁବିଧା ପହଞ୍ଚାଇବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।

ବାଣପୁରରେ ବର୍ଷାଜଳର ସ୍ତର କେତେକ ସ୍ଥାନରେ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଅନେକ ଅଞ୍ଚଳରେ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନ ଏବେ ମଧ୍ୟ ପ୍ରଭାବିତ ରହିଛି। ବାଣପୁରର ସମସ୍ୟାଗୁଡ଼ିକୁ ସ୍ଥାୟୀ ସମାଧାନ ପାଇଁ ଉଚ୍ଚସ୍ତରରେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ମିଶ୍ର ଆଶ୍ୱାସନ ଦେଇଛନ୍ତି।

TARUN KANTI PATRA 0 followers